ପ୍ରଭୁ ଗଣେଷଙ୍କୁ ପୂଜାର୍ଚ୍ଚନା ପାଇଁ ଚଳଚଞ୍ଚଳ ହୋଇପଡିଛି ବରୀ ବ୍ଲକ ର ମୁଖ୍ୟ ବଜାର

ପୂଜାପାର୍ବଣ
  • 2018-09-12 14:19:14
  • 424

କାନଭାସ୍ ଓଡିଶା(ବ୍ୟୁରୋ) : ବରୀ, ରାତି ପାହିଲେ ଧରାବତରଣ କରିବେ ବିଘ୍ନନାଶକ ମହା ପ୍ରଭୁ ଗଣେଷ । ପ୍ରଭୁ ଶ୍ରୀ ଗଜାନନଙ୍କ ଆବାହନ ପାଇଁ ସହରଠୁ ପୁର ପଲ୍ଲୀ ଯାଏଁ ପ୍ରସ୍ତୁତି ଚୂଡାନ୍ତ । ପ୍ରଭୁ ଗଣେଷଙ୍କୁ ପୂଜାର୍ଚ୍ଚନା ପାଇଁ ଚଳଚଞ୍ଚଳ ହୋଇପଡିଛି ବରୀ ବ୍ଲକ ର ମୁଖ୍ୟ ବଜାର । ଯାହାକୁ ନେଇ ବିଭିନ୍ନ ପୂଜା କମିଟି ମଧ୍ୟରେ ଆରମ୍ଭ ହୋଇଛି ପ୍ରତିଯୋଗିତା । କେଉଁଠାରେ ମେଢ଼କୁ ଗୁରୁତ୍ୱ ଦିଆଯାଇ ଯାଉଛି ତ ଆଉ କେଉଁଠାରେ ମୂର୍ତ୍ତିକୁ ପ୍ରାଧାନ୍ୟ ଦିଆଯାଇଛି । ବରୀ ର ବିନ୍ଦାସ ପୂଜା କମିଟି ତରଫରୁ ଚଳିତ ବର୍ଷ ଏକ ନିଆରା ଢଙ୍ଗରେ । ମହାପ୍ରଭୁ ଙ୍କୁ ପୂଜାର୍ଚ୍ଚନା କରାଯିବାର ବ୍ୟବସ୍ତା ଶେଷ ପର୍ଯ୍ୟାୟରେ ୧୨ଗୋଟି ପୂଜା ମଣ୍ଡପରେ ମହା ପ୍ରଭୁ ଙ୍କ ପୂଜାର୍ଚ୍ଚନା କରାଯିବା ପାଇଁ କମିଟି ସୂଚନା ଦେଇଛି। ପାର୍ବଣର ପ୍ରସ୍ତୁତି ବିନାୟକଙ୍କ ଠାରୁ ହିଁ ଆରମ୍ଭ ହୋଇଥାଏ । ତେଣୁ ଏହାକୁ ନେଇ ବରୀ ର ବିଭିନ୍ନ ପୂଜା କମିଟି ପକ୍ଷରୁ ଗଜାନନଙ୍କୁ ଯାକଜମକରେ ଆବାହାନ ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ତେବେ ୧୨ତମ ବର୍ଷରେ ପଦାର୍ପଣ କରିଥିବା ଏହି ବିନ୍ଦାସ ପୂଜା କମିଟି ଚଳିତ ବର୍ଷ ଭେଟି ଦେଉଛନ୍ତି ଅଂଚଳରେ ସବୁଠାରୁ ବୃହତ ଗଣେଷ ପ୍ରତିମା । ସୂଚନାରାତି ପାହିଲେ ଧରାବତରଣ କରିବେ ବିଘ୍ନନାଶକ ଗଣେଷ । ପ୍ରଭୁ ଶ୍ରୀ ଗଜାନନଙ୍କ ଆବାହନ ପାଇଁ ସହରଠୁ ପୁର ପଲ୍ଲୀ ଯାଏଁ ପ୍ରସ୍ତୁତି ଚୂଡାନ୍ତ । ପ୍ରଭୁ ଗଣେଷଙ୍କୁ ପୂଜାର୍ଚ୍ଚନା ପାଇଁ ଚଳଚଞ୍ଚଳ ହୋଇପଡିଛି । ସେହିପରି ବରୀ ବଜ଼ାର ର ଶେଷ ରେ ନେଉଳ ପୂଜା କମିଟି ମଧ୍ୟ ବହୁ ଆଡମ୍ବନ ରେ ଚଳିତ ବର୍ଷ ପୂଜା ହବ ତାହାକୁ ଗୁରୁତ୍ୱାରୋପ କରିଛି ଏବଂ ସୁନା ଗଣେଶ ପୂଜା କମିଟି ଠାକୁର ପାଟଣା ମଧ୍ୟ ତାର ପୂଜା ସହ ଭାଷାଣି ଉତ୍ସବ କୁ ଏକ ନିଆରା ଢଙ୍ଗରେ କରିବାକୁ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ଯାହାକୁ ନେଇ ବିଭିନ୍ନ ପୂଜା କମିଟି ମଧ୍ୟରେ ଆରମ୍ଭ ହୋଇଛି ପ୍ରତିଯୋଗିତା ।