ରାଜ୍ୟରେ ଏକ ଚତୁର୍ଥାଂଶ ଆଦିବାସୀ ଭାଇ ଭଉଣୀମାନଙ୍କର ବହୁବିଧ ସମସ୍ୟାର ସମାଧାନ କରିବାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି

ରାଜ୍ୟ ଖବର
  • 2018-09-12 17:51:33
  • 420

କାନଭାସ୍ ଓଡିଶା(ବ୍ୟୁରୋ) : ଭୁବନେଶ୍ୱର, ମିଳିତ ଜାତିସଂଘ ଅନୁଯାୟୀ ୧୩ ସେପ୍ଟେମ୍ବରକୁ ସାରା ବିଶ୍ୱରେ ‘ବିଶ୍ୱ ଆଦିବାସୀ ଅଧିକାର ଦିବସ’ ପାଳନ ଆମ ସମସ୍ତଙ୍କ ପାଇଁ ବିଶେଷ କରି ଆଦିବାସୀ ଭାଇ ଭଉଣୀମାନଙ୍କ ପାଇଁ ଏକ ସ୍ମରଣୀୟ ଦିବସ ଅଟେ । ରାଜ୍ୟରେ ଏକ ଚତୁର୍ଥାଂଶ ଆଦିବାସୀ ଭାଇ ଭଉଣୀମାନଙ୍କର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ରାଜନୈତିକ ବିକାଶ ନିମନ୍ତେ ସରକାର ସଂପୂର୍ଣ୍ଣ ରୂପେ ଯତ୍ନଶୀଳ ହେବା ଦରକାର । ମାତ୍ର ଆଜିବି ସେମାନଙ୍କର ବହୁବିଧ ସମସ୍ୟାର ସମାଧାନ କରିବାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଅଗ୍ରାଧିକାର ଭିତିରେ ଉପଯୁକ୍ତ ସ୍ଥାନ ପ୍ରଦାନ ଆମ୍ଭ ସମସ୍ତଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଉକ୍ତ ଦିବସ ଅବସରରେ ମୁଁ ସେମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି । ସମ୍ବିଧାନ ପ୍ରଦତ ସମସ୍ତ ଅଧିକାର ଓ ଜଙ୍ଗଲ ଅଧିକାର ଆଇନ୍ ପ୍ରଦାନ କରି ଏକ ନୂତନ ଓଡିଶା ଓ ଭାରତ ନିର୍ମାଣର ପରିଚୟ ସୃଷ୍ଟି କରନ୍ତୁ ବୋଲି ଓଡିଶା ପ୍ରଦେଶ କଂଗ୍ରେସ କିମିଟିର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଦୃଢ ଦାବୀ କରିଛନ୍ତି ।