ମହାକାଳପଡା ହାଜତ ମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ପିସିସି ପକ୍ଷରୁ ତଥ୍ୟ ଅନୁସନ୍ଧାନ କମିଟି ଗଠିତ

ତାଜା ଖବର
  • 2018-09-12 16:40:53
  • 433

କାନଭାସ୍ ଓଡିଶା(ବ୍ୟୁରୋ) : ଭୁବନେଶ୍ୱର, କେନ୍ଦ୍ରାପଡା ଜିଲ୍ଲା ଅର୍ନ୍ତଗତ ମହାକାଳପଡା ହାଜତ ମୃତ୍ୟୁ ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ କରିବା ପାଇଁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ତଥ୍ୟ ଅନୁସନ୍ଧାନ କମିଟି ଗଠନ କରିଛନ୍ତି । ଏହି କମିଟିରେ ପୂର୍ବତନ ପୋଲିସ ଆଇ.ଜି ଶ୍ରୀ ବଟକୃଷ୍ଣ ତ୍ରିପାଠୀ, ବରିଷ୍ଠ ଆଇନ୍ଜୀବୀ ଶ୍ରୀ ଧରଣୀଧର ନାୟକ ବରିଷ୍ଠ ଓ ଆଇନ୍ଜୀବୀ ତଥା ପିସିସି ଉପସଭାପତି ଶ୍ରୀ ଶିବାନନନ୍ଦ ରାୟ ପ୍ରମୁଖ ରହିଛନ୍ତି । ଏହି କମିଟି ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ଏ ସଂପର୍କରେ ଅନୁଧ୍ୟାନ କରିବେ ଏବଂ ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦାଖଲ କରିବେ ବୋଲି ସଭାପତି ଶ୍ରୀ ପଟ୍ଟନାୟକ ସୂଚୀତ କରିଛନ୍ତି ।