ଭୁବନେଶ୍ୱରରେ ଚାଂଚଲ୍ୟକର ହତ୍ୟାକାଣ୍ଡ

ଅପରାଧ
  • 2018-08-24 06:34:37
  • 531

କାନଭାସ୍ ଓଡିଶା(ବ୍ୟୁରୋ) : ରାଜଧାନୀ ଭୁବନେଶ୍ୱରରେ ଚାଂଚଲ୍ୟକର ହତ୍ୟାକାଣ୍ଡ । ରସୁଲଗଡ଼ ଅଂଚଳରେ ଥିବା ହାଇୱେ ହୋଟେଲରୁ ଯୁବତୀଙ୍କ ମୃତଦେହ ମିଳିଛି । ମୃତ ଯୁବତୀ ଜଣକ ଖୋର୍ଦ୍ଧା ଅଂଚଳର ଲକ୍ଷ୍ମୀପ୍ରିୟା ବିଶ୍ୱାଳ ବୋଲି ଜଣାପଡିଛି । ଗତକାଲି ରାତିରେ ଲକ୍ଷ୍ମୀପ୍ରିୟା ନିଜ ପ୍ରେମିକଙ୍କ ସହ ହୋଟେଲରେ ରହିଥିବା କୁହାଯାଉଛି । ଲକ୍ଷ୍ମୀପ୍ରିୟାଙ୍କ ହତ୍ୟା ପଛରେ ତାଙ୍କ ପ୍ରେମିକଙ୍କ ହାତ ଥିବା ପୁଲିସ ଅନୁମାନ କରୁଛି । ଘଟଣାସ୍ଥଳରେ ମଂଚେଶ୍ୱର ପୁଲିସ୍ ଛାନଭିନ୍ ଆରମ୍ଭ କରିଛି । ଅନ୍ୟପଟେ ଏହି ହତ୍ୟାକାଣ୍ଡ ରାଜଧାନୀ ଭୁବନେଶ୍ୱରରେ ଚାଂଚଲ୍ୟ ଖେଳାଇଦେଇଛି । ମିଳିଥିବା ସୂଚନା ମୁୁତାବକ ମୃତ ଯୁବତୀ ହେଉଛନ୍ତି ବିବାହିତ, ତାଙ୍କର ୨ଟି ପୁଅ ଜଣେ ୧୪ ବର୍ଷର ଆଉ ଜଣେ ୯ ବର୍ଷର । ବଡ ପୁଅ ତାଙ୍କ ସ୍ୱାମୀ ପାଖରେ ରହୁଥିବା ବେଳେ ସାନ ପୁଅ ମାଉସୀ ପାଖରେ ରହୁଛି । ସ୍ୱାମୀ,ସ୍ତ୍ରୀଙ୍କ ଭିତରେ ପାରିବାରିକ କଳହ ଯୋଗୁ ୩ ବର୍ଷ ହେଲା ଉଭୟେ ଅଲଗା ରହି ଆସୁଥିଲେ । ଯୁବତୀ ଜଣକ ପୂର୍ବରୁ ମଳିପଡାରେ ରହୁଥିବା ବିଶେଷ ସୁତ୍ରରୁ ପ୍ରକାଶ ।